ହରିୟାଣ : ହରିୟାଣର ଚର୍ଚ୍ଚତ ଡ଼୍ୟାନ୍ସର ସପ୍ନା ଚୌଧୁରୀଙ୍କ ସ୍ୱାମୀ ବୀର ସାହୁଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ । ବିନା ଅନୁମତିରେ ବୀର ସାହୁ ୫୦ରୁୁ ୬୦ ଜଣ ସମର୍ଥକଙ୍କ ସହ ମେହମ ଚୌବି ପ୍ଲାଟ ଫମରେ ଏକାଠି ହୋଇଥିବାର ନଜର ଆସିଥିଲେ । କୋଭିଡ଼ ଗାଇଡ଼ଲାଇନର ଉଲଙ୍ଗନ ନେଇ ହରିୟାଣର ମେହେମ ପୋଲିସ ଷ୍ଟେସନରେ ହୋଇଛି ମାମଲା ରୁଜୁ ।

ସୂଚନାଅନୁଯାୟୀ ବୀର ସାହୁ ୫୦ରୁୁ ୬୦ ଜଣ ସମର୍ଥକଙ୍କ ସହ ବାଇପାସରେ ଏକାଠି ହୋଇଥିଲେ। କେହି ବି ମାସ୍କ ନ ପିନ୍ଧି କରୋନା ଭାଇରସ୍ ବିସ୍ତାର କରିବାକୁ ଉଦ୍ୟମ କରିଥିଲେ। ଏହି ଅଭିଯୋଗ ଆଧାରରେ ବୀର ସାହୁଙ୍କ ବିରୋଧରେ ଆଇପିସିର ଧାରା ୧୮୮/୩୪ ଏବଂ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟର ଧାରା ୫୧ବି ଅନୁସାରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରାଯାଇସାରିଛି।



Visitors Today : 4
Total Visitors : 130173
Total Views : 9891620
Visitors Online Now : 1