ମୁମ୍ବାଇ: ଆସନ୍ତା ବର୍ଷ ଜାନୁଆରିରେ ବାପା ହେବାର ନୂଆ ଦାୟିତ୍ୱ ନେବାକୁ ଚାହୁଁଛନ୍ତି । ଏନେଇ ବିରାଟ ବହୁ ପୂର୍ବରୁ ଗଣମାଧ୍ୟମ ନିକଟରେ ସ୍ଫଷ୍ଟ କରିଛନ୍ତି । ତେବେ ଖେଳ ସହ ଜଣେ ଦାୟିତ୍ୱବାନ ପିତାର ଭୂମିକା ଭଲ ଭାବରେ ନିର୍ବାହ କରିବା ପାଇଁ ବକ୍ସିଂ ଚାମ୍ପିୟନ ମ୍ୟାରିକମଙ୍କ ପାଖରୁ ଶିଖିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ମାତା ପିତାଙ୍କ ଭୂମିକା ସହ ବ୍ୟସ୍ତ କ୍ୟାରିୟରର ସନ୍ତୁଳନ କିପରି ରଖିହେବ ଏନେଇ ମ୍ୟାରି ଠାରୁ ଆଉ କେହି ଭଲ ଭାବରେ ବୁଝେଇପାରିବେ ନାହିଁ ବୋଲି ମ୍ୟାରିକମଙ୍କ ଇନଷ୍ଟାଗ୍ରାମ ଚାଟରେ କୋହଲି ଉଲ୍ଲେଖ କରିଛନ୍ତି । ଏହାର ଉତ୍ତରରେ ମ୍ୟାରି କହିଛନ୍ତି, ‘ପରିବାରର ସହାୟତା ବିନା ଏହା ଅସମ୍ଭବ । ମୋ ସ୍ୱାମୀ ମୋତେ ସବୁପ୍ରକାର ସହାୟତା କରିଥିଲେ । ସବୁ କାର୍ଯ୍ୟରେ ମୋତେ ସହାୟତା କରୁଛନ୍ତି । ମୋ ପିଲାକୟ ବି କିଛି କମ ନୁହେଁ ।’ ଏହାର ଜବାବ ରଖି ମ୍ୟାରିକମଙ୍କ କାର୍ଯ୍ୟଙ୍କୁ ସମସ୍ତେ ଅନୁସରଣ କରିପାରିବେ ବୋଲି କୋହଲି କହିଛନ୍ତି ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0