ସାନଖେମୁଣ୍ଡି : ରାଜ୍ୟରେ ଲଗାଣବର୍ଷା ଜାରି ରହିଛି । ସେହିପରି ୩ଦିନ ଧରି ଗଞ୍ଜମ ଜିଲ୍ଲାରେ ମଧ୍ୟ ଲଗଣା ବର୍ଷା ଜାରି ରହିଥିଲା । କିନ୍ତୁ ଏବେ ବର୍ଷାର ପ୍ରକୋପ କମିଛି ସତ କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ଅନେକ ସ୍ଥାନରେ ବ୍ୟାପକ ଭାବେ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ତେବେ ଆସିକା କାଇଁଫୁଲିଆ ଅଞ୍ଚଳରେ ଚାଷୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି ।
ସୂଚନାନୁସାରେ, ଆସିକା କାଇଁଫୁଲିଆ କେନାଲ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ନୂତନ ସେତୁ ନିର୍ମାଣ ଚାଲିଛି । ସେହିପରି ଲୋକଙ୍କ ଯାତାୟାତ ପାଇଁ ଏକ ଅପ୍ରୋଚ୍ ରୋଡ଼ ନିର୍ମାଣ କରାଯାଇଥିଲା । କିନ୍ତୁ ଆପ୍ରୋଚ୍ ରୋଡ଼ଟି ଅତି ଛୋଟ ହୋଇଥିବା ହେତୁ ଜଳ ନିଷ୍କାସନ ହୋଇନପାରି ଚାଷ ଜମିରେ ଜଳ ମାଡିଯାଇଛି । ଫଳରେ ଚାଷୀମାନେ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଯାହାର ପ୍ରତିବାଦରେ ଆଖପାଖ ଅଞ୍ଚଳର ଚାଷୀମାନେ ଆପ୍ରୋଚ ରୋଡକୁ ଅବରୋଧ କରିଛନ୍ତି । ଫଳରେ କିଛି ସମୟ ପାଇଁ ଆସିକା- କବିସୂର୍ୟ୍ୟନଗର, ଆସିକା- ନୟାଗଡ, ଆସିକା- ଭୁବନେଶ୍ୱର ଗାଡି ଚଳାଚଳ ବନ୍ଦ ରହିଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0