spot_img

ଜିଅନ୍ତା ଜଳିଗଲେ ଦମ୍ପତି

ବ୍ରଜରାଜନଗର: ଜିଅନ୍ତା ଜଳିଗଲେ ଦମ୍ପତି। ସ୍ତ୍ରୀକୁ ବଞ୍ଚାଉ ବଞ୍ଚାଉ ଜଳିଗଲେ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର କଲୋନୀରେ ଘଟିଛି। ଘର ବାହାରେ କୋଇଲା ଚୁଲି ଲଗାଉଥିବା ବେଳେ ସ୍ତ୍ରୀ ଜଳି ଯାଇଥିବା କୁହାଯାଉଛି। ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ବି ଜଳିଯାଇଥିଲେ । ଘଟଣାସ୍ଥଳରେ ବ୍ରଜରାଜନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। କେଉଁ ପରିସ୍ଥିତିରେ ଏଭଳି ଘଟିଲା, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ସ୍ବାମୀ-ସ୍ତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ କହିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular