ଦୁବାଇ: ଚର୍ଚ୍ଚାରେ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବଲର ଅନରିଚ ନରଜେ । ଚଳିତ ବର୍ଷ ଆଇପିଏଲରେ ଦ୍ରୁତତମ ବଲ ବୋଲିଂ କରି କୀର୍ତ୍ତିମାନ ରଚିଛନ୍ତି ନରଜେ । ତେବେ ରାଜସ୍ଥାନ ବିପକ୍ଷ ମ୍ୟାଚରେ ଅବିଶ୍ୱସନୀୟ ଭାବେ ନରଜେ ଘଣ୍ଟା ପ୍ରତି ୧୫୬.୨୨ କିମି ବେଗରେ ବୋଲିଂ କରିଥିଲେ । ଯାହକି ଚଳିତ ବର୍ଷ ଆଇପିଏଲର ସର୍ବାଧିକ ବେଗର ବୋଲିଂ ରହିଛି । ଏହା ସହ ସେ ନିଜ ଦେଶର ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ରେକର୍ଡକୁ ମଧ୍ୟ ସେ ଭାଙ୍ଗି ଦେଇଛନ୍ତି । ଅନ୍ୟପଟେ ଆଇପିଏଲ୍ ଇତିହାସରେ ଦ୍ରୁତତମ ବଲ୍ ବୋଲିଂ କରିଥିବା ତାଲିକାର ଶୀର୍ଷ-୧୦ ମଧ୍ୟରେ ନର୍ଜେଙ୍କ ନାମ ୫ ଥର ଦେଖିବାକୁ ମିଳିଛି । ଏହା ସହ ଶୀର୍ଷ-୧୦ ତାଲିକାର ପ୍ରଥମ ୮ଟି ସ୍ଥାନ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲରଙ୍କ ନାମରେ ରହିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0