spot_img

୭୨ ବର୍ଷରେ ପାଦ ଥାପିଲେ ବଲିଉଡ଼ର ଡ୍ରିମଗାଲ ହେମାମାଳିନୀ

ମୁମ୍ବାଇ: ୭୨ ବର୍ଷରେ ପାଦ ଥାପିଲେ ବଲିଉଡ଼ର ଡ୍ରିମଗାଲ ହେମାମାଳିନୀ । ୧୯୪୮ରେ ଆଜିର ଦିନରେ ତାମିଲନାଡ଼ୁରେ ଜନ୍ମ ଗ୍ରହଣ କରିଥିଲେ ଏହି ଡ୍ରିମଗାଲ । ଫିଲ୍କ ସପନୋ କା ସଉଦାଗର ଥିଲା ତାଙ୍କ ପ୍ରଥମ ବଲିଉଡ଼ ଫିଲ୍କ । ଏହି ଫିଲ୍କରେ ହେମାଙ୍କ ନାୟକ ଭାବେ ନଜର ଆସିଥିଲେ ଅଭିନେତା ରାଜ କପୁର ।

ଫିଲ୍କଟି ପ୍ରଡ଼ୁ୍ୟସ କରିଥିଲେ ବି ଅନନ୍ତ ସ୍ୱାମି । ଏହି ଫିଲ୍କ ରିଲିଜ ହେବାପରେ ହେମାଙ୍କୁ ଡ୍ରିମଗାଲ କହି ଡ଼ାକିବାକୁ ଲାଗିଲେ ପ୍ରଶଂସକ ।

ହେମାଙ୍କର ଏହି ନାଁକୁ ନେଇ ମଧ୍ୟ ଏକ ଫିଲ୍କ ରିଲିଜ ହୋଇଥିଲା । ଫିଲ୍କର ନାଁ ଡ୍ରିମଗାଲ ରଖାଯାଇଥିବା ବେଳେ ଏଥିରେ ନାୟକ ଭୂମିକାରେ ନଜର ଆସିଥିଲେ ଧର୍ମେନ୍ଦ । ସିନେମାର ନିଦେ୍ର୍ଦଶନା ପ୍ରମୋଦ ଚକ୍ରବର୍ତ୍ତି ଦେଇଥିଲେ । ୧୯୮୦ ମସିହାରେ ହେମାମାଳିନୀ ବଲିଉଡ଼ର ଚର୍ଚ୍ଚିତ ଅଭିନେତା ଧରମେନ୍ଦ୍ରଙ୍କୁ ବିବାହ କରିଥିଲେ ।

୧୯୭୩ରେ ଫିଲ୍ମଫେୟର ଆୱାଡ଼ରେ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଥିଲେ । ୨୦୦୦ରେ ତାଙ୍କୁ ଲାଇଫଟାଇ ଆଚିଭମେଣ୍ଟ ସହ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଆଜିବି ତାଙ୍କର ଚତ୍ମକାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ସେହି ଡ୍ରିମମାଲ ହୋଇ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular