spot_img

ବଲିଉଡ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

ମୁମ୍ବାଇ: ବଲିଉଡ଼ର ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା । ଏନେଇ ସାନୁଙ୍କ ଟିମ ତରଫରୁ ସୋସିଆଲ ମିଡ଼ିଆରେ ସୂଚନା ଦିଆଯାଇଛି । କୁମାର ସାନୁ କରୋନା ଆକ୍ରାନ୍ତ ହେବା ପରେ ବିଏମସି ତାଙ୍କ ବାସଭବନକୁ ସିଲ କରିବା ସହ ସାନିଟାଇଜି କରିଛି । ଏବେ ସେ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି ।

କୁମାର ସାନୁଙ୍କୁ କରୋନା ହୋଇଥିବା ତାଙ୍କ ଟିମ୍ ଫେସବୁକରେ ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ ଦୁର୍ଭାଗ୍ୟବଶତଃ ସାନୁଦାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ ।

ଅକ୍ଟୋବର ୧୪ରେ କୁମାର ସାନୁ ଲସ ଆଞ୍ଜେଲ ଯିବାର ଥିଲା। ଏଠାରେ ତାଙ୍କ ପତ୍ନୀ ଓ ଦୁଇ ଝିଅ ରହୁଛନ୍ତି। ହେଲେ କରୋନା ଯୋଗୁ ବର୍ତ୍ତମାନ ଏହି ଯୋଜନାକୁ ସ୍ଥଗିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular