ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବଡ଼ ବଜାର ଥାନା ଅଞ୍ଚଳରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ଆସିକା-ବ୍ରହ୍ମପୁର ମୁଖ୍ୟରାସ୍ତାର ଶ୍ରୀକ୍ଷେତ୍ର ବିହାର ପାଖ ରାସ୍ତା କଡ଼ରେ ଜଣେ ଅଜଣା ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ସେମାନେ ବଡ଼ ବଜାର ଥାନାକୁ ଖବର ଦେଇଥିଲେ। ଖବର ପାଇ ବଡ଼ ବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନାହିଁ। ମୃତକଙ୍କ ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଚିହ୍ନି ହେଉନାହିଁ। ଗତକାଲି ରାତିରେ ମୃତକଙ୍କ ଉପରେ କୌଣସି ଟ୍ରକ ଚଢ଼ିଯାଇଥିବାର ସନ୍ଦେହ କରାଯାଉଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0