ଚାନ୍ଦବାଲି: ରାଜ୍ୟ ସରକାର ବିକାଶର ନାରା ପିଟୁଥିବା ବେଳେ ଏବେବି ଗାଁ କୁ ପଶିପାରୁନି ଆମ୍ବୁଲାନ୍ସ । ଗାଁ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ କାଦୁଅ , ଆମ୍ବୁଲାନ୍ସ ଯିବା ଅସମ୍ଭବ । ତେଣୁ ରୋଗୀଙ୍କୁ ଡ଼ାକ୍ତରଖାନା ନେବା ପାଇଁ ଖଟିଆ ମାଧ୍ୟମ ପାଲଟିଛି । ଏ ଦୁର୍ଭାଗ୍ୟ ଜନକ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହୀରା ପଞ୍ଚାୟତ ବିଲ ନୂଆଗାଁର ।

ବିଲନୂଆଗାଁର ସୁରେନ୍ଦ୍ର ବିଶ୍ୱାଳଙ୍କ ପୁଅ ଦିଲୀପ ବିଶ୍ୱାଳ(୩୫) କିଡ଼ିନ୍ କ୍ୟାନସରରେ ପୀଡ଼ିତ। ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ପରିବାର ଲୋକେ ମେଡ଼ିକାଲ ନେବାକୁ ବାହାରିଥିଲେ । ୧୦୮ ଆମ୍ବୁଲାନ୍ସକୁ ଫୋନ ଯୋଗେ ଡ଼କାଇବା ପରେ ଆମ୍ବୁଲାନ୍ସ ଗାଁ ଠାରୁ ଦେଢ଼ କିମି ବାଟ ଦୁରରେ ଠିଆ ହୋଇଥିଲା । ପରିବାର ଓ ଗ୍ରାମ ବାସୀ ଖଟିଆରେ ଦୀର୍ଘ ଦେଢ଼ କିମି ବାଟ ଖଟିଆରେ ବୋହି ବୋହି ଆଣି ରାସ୍ତା ଉପରେ ଠିଆ ହୋଇଥିବା ଆମ୍ବୁଲାନ୍ସ ସାହାଯ୍ୟରେ ମେଡ଼ିକାଲକୁ ଆଣିଥିଲେ । ବର୍ଷା ଦିନ ଆସିଗଲେ ୧୦୮ ଆମ୍ବୁଲାନ୍ସ ଗାଡ଼ି କିମ୍ବା ଦମକଳ ଗାଡ଼ି ଏହି ରାସ୍ତାକୁ ପଶିପାରେ ନାହିଁ । ରୋଗୀ ମାନଙ୍କୁ ସାଙ୍ଗିଭାରରେ ବୁହା ଯାଇ ମୁଖ୍ୟରାସ୍ତାକୁ ଆଣିଥିବା ବେଳେ ସେଠାରୁ ମେଡ଼ିକାଲ ନିଆଯାଏ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0