(୧) ବେକାବୁ ହେଉଛି କରୋନା……..୨୪ ଘଣ୍ଟାରେ ୨୪ ହଜାର ୪୯୮ ନୂଆ ପଜିଟିଭ୍….. ଦେଶରେ ୨୩ ହଜାର ୭୨୭ ମୃତ….ଦେଶରେ ୯ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା… କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା…..
ବୋଲ ମାନୁନି କରୋନା

(୨) ରାଜସ୍ଥାନ ରାଜନୀତିରେ କନ୍ଦଳ….. ବିଧାୟକ କିଣାବିକା ମାମଲାରେ ଏସଓଜି ପକ୍ଷରୁ ଜେରା ନେଇ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ବିଦ୍ରୋହ….. ୮୪ ବିଧାୟକଙ୍କ ସମର୍ଥନ ଥିବା ସଚିନ୍ଙ୍କ…. କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେଲେନି ସଚିନ୍…. ଗେହଲଟ୍ଙ୍କ ସରକାରକୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ……ପାଇଲଟଙ୍କୁ ମନାଇବାକୁ କଂଗ୍ରେସ ନେତାଙ୍କ ପ୍ରୟାସ ଜାରି….

(୩) କରୋନା ସଂକ୍ରମିତଙ୍କ ପାଇଁ ଆଶ୍ୱସ୍ତି ଖବର….ହୋମ୍ ଆଇସୋଲେସନ୍ରେ ରହିପାରିବେ ଲକ୍ଷଣ ନଥିବା ଓ ସାମାନ୍ୟ ଲକ୍ଷଣ ଥିବା ରୋଗୀ…..ଏଚ୍ଆଇଭି ଆକ୍ରାନ୍ତ ଓ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କୁ ମିଳିବନି ଅନୁମତି…. ରୋଗୀଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର….. ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବଙ୍କ ସୂଚନା…

(୪) ବିଶାଖାପଟ୍ଟନମ୍ କେମିକାଲ ପ୍ଲାଣ୍ଟ୍ରେ ଅଘଟଣ…… ଫାର୍ମାସିଟିରେ ଥିବା ରାମ୍ଜି ସିଇଟିପି ସଲଭେଣ୍ଟ୍ସ୍ ବିଲଡିଂରେ ଘଟିଛି ଅଗ୍ନିକାଣ୍ଡ….. ଜଣେ ମୃତ ଓ ବହୁ ଗୁରୁତର ହୋଇଥିବା ସୂଚନା….

(୫) ରାଜ୍ୟରେ କରୋନା ପ୍ରକୋପ ଜାରି …. ପୁଣି ୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ….ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୨୨୦କୁ ବୃଦ୍ଧି……. ସଙ୍ଗରୋଧରୁ ୩୫୪ ଓ ଲୋକାଲ କେସ୍ ୧୮୯…..ସେପଟେ ଆଉ ୪ ଜୀବନ ନେଲା ମହାମାରୀ କରୋନା….. ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା….

(୬) ବିଜେଡ଼ିର ୧୮ ଜଣ ବରିଷ୍ଠ ନେତ୍ରୀଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ….ଜିଲ୍ଲା ଇନ୍ ଚାର୍ଜ ଭାବେ ତୁଲାଇବେ ଦାୟିତ୍ୱ….ଏନେଇ ବିଜେଡ଼ି ସାଧାରଣ ସମ୍ପାଦକ ମାନସ ରଂଜନ ମଙ୍ଗରାଜଙ୍କ ସୂଚନା…..

(୭) ବ୍ରହ୍ମପୁର ସହର ଚାରି ଦିଗରୁ ସିଲ୍…..କରୋନା ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧିକୁ ଆଖିରେ ରଖି ନିଆଯାଇଛି ନିଷ୍ପତ୍ତି… ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ କଟକଣା ମୁକ୍ତ ….. ରେଲ ଓ ବିମାନ ଟିକଟ ଥିବା ଯାତ୍ରୀଙ୍କୁ ମିଳିବ ଅନୁମତି….. ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସୂଚନା

(୮) ରାଉରକେଲାରେ ଖୋଲିଲା ନୂଆ କୋଭିଡ଼୍ ସେଣ୍ଟର…. ରୋଗୀଙ୍କ ପାଇଁ ଖାଦ୍ୟପାନୀୟ ସହ ସାନିଟାଇଜ୍ ବ୍ୟବସ୍ଥା…. ବିପିୟୁଟି ପରିସରରେ କୋଭିଡ଼୍ ପଞ୍ଜୀକରଣ କେନ୍ଦ୍ର…. ସରକାରୀ ମେଡ଼ିକାଲ ଓପିଡ଼ି୧୫ ଯାଏ ବନ୍ଦ….ଜାରି ରହିବ ଜରୁରୀକାଳୀନ ସେବା…

(୯) କାର୍ଯ୍ୟକ୍ଷମ ହେଲା ଏମ୍ସ ହେଲଥ୍ ଆପ୍….ଗୁଗଲ ପ୍ଲେ ଷ୍ଟୋରରେ ହେବ ଉପଲବ୍ଧ….ଉଭୟ ଫୋନ୍ ଓ ଭିଡ଼ିଓ କଲ୍ ମାଧ୍ୟମରେ ପରାମର୍ଶ ଦେବେ ଡାକ୍ତର…. ଟେଲି ମେଡ଼ିସିନ୍ ସେବାର ମଧ୍ୟ ସୁବିଧା ପାଇବେ ରୋଗୀ…. ଏମ୍ସ୍ ଆଶୁ ଚିକିତ୍ସା ବିଭାଗ ଓ କଣ୍ଟ୍ରୋଲ ରୁମକୁ ଫୋନ୍ କରି ପାଇବେ ୨୪ ଘଣ୍ଟିଆ ସୁବିଧା…

(୧୦) ସୁଦୃଢ଼ ହେବ ଭାରତୀୟ ସେନା….. ଆମେରିକାରୁ ଆଣିବ ରିମୋର୍ଟ କଣ୍ଟ୍ରୋଲ ଡ୍ରୋନ୍…. ଘଣ୍ଟାପ୍ରତି ୯୫ କିଲୋମିଟର ବେଗରେ ୫୦୦ ଫୁଟ ଊଚ୍ଚତାରେ ଉଡ଼ିବ ଡ୍ରୋନ୍……ସେପଟେ ବାୟୁସେନାକୁ ପ୍ୟାରିସରୁ ଆସିବ ୫ ରାଫେଲ୍ ମଲ୍ଟି ରୋଲ ଫାଇଟର ଜେଟ୍….



Visitors Today : 0
Total Visitors : 130166
Total Views : 9891611
Visitors Online Now : 0