ନୂଆଦିଲ୍ଲୀ: ୧୯ ଅକ୍ଟୋବର ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ ୨୦୨୦ । ଏହି ବୈଠକରେ ମୁଖ୍ୟ ସମ୍ଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତ ୧୫ ବର୍ଷ ହେଲା ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ ସ୍ୱାାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ପ୍ରାଧାନ୍ୟ ଦେଇଆସୁଛି । ଚଳିତ ବର୍ଷ ୨୦୨୦ ଅକ୍ଟୋବର ୧୯ ରୁ ୨୧ ପର୍ଯ୍ୟନ୍ତ ଭର୍ଚୁଆଲ ଭାବେ ଅନୁଷ୍ଠିତ ହେବ । ଏଥିରେ ନୀତି ନିର୍ଦ୍ଧାରକ ଏବଂ ବୈଜ୍ଞାନିକ ନେତୃବୃନ୍ଦଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ । ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସମସ୍ୟାଗୁଡିକର ପ୍ରତିକାର ନିମନ୍ତେ ବ୍ୟାପକ ବୈଜ୍ଞାନିକ ସହଯୋଗ ଲାଗି ଆହ୍ୱାନ ଦିଆଯିବ । ଯେଉଁଥିରେ ‘ବିଶ୍ୱ ପାଇଁ ଭାରତ’ ସହିତ କୋଭିଡ-୧୯ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ । ଏହି ବାର୍ଷିକ ବୈଠକରେ ୪୦ ଟି ଦେଶର ପାଖାପାଖି ୧୬ ଶହ ଲୋକ ଅଂଶ ଗ୍ରହଣ କରିବେ । ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ । ୨୦୧୨ରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଏବଂ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହଯୋଗ କ୍ରମେ ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍ ଇଣ୍ଡିଆ ସ୍ଥାପନ ହୋଇଥିଲା ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0