ବଲାଙ୍ଗିର: ସରକାରୀ ବାସଭବନରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ । ବଲାଙ୍ଗୀର ଜିଲ୍ଲା ଚନ୍ଦ୍ରଶେଖରନଗରରେ ଘଟିଛି ଘଟଣା । ଏଲଆଇସି ଅଫିସ୍ ପଛପଟେ ଥିବା ସରକାରୀ ବାସଭବନରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ିଖବର ଦେଇଥିଲେ । ସନେ୍ଦହଜନକ ଅବସ୍ଥାରେ ଟାଉନ ଥାନା ପୁଲିସ୍ ଆଜି ସକାଳେ ସେଠାରେ ପହଂଚି ମୃତଦେହ ଉଦ୍ଧାର କରିଛି । ମୃତ ବୃଦ୍ଧ ଦମ୍ପତିଙ୍କ ଘର ସଦର ବ୍ଲକ ପୁଡାସିଂଘା ଗାଁରେ ବୋଲି ଜଣାପଡିଛି । ବୃଦ୍ଧ ଜଣଙ୍କ ମୃତଦେହ ଘର ଭିତରେ ପଡିଥିବା ବେଳେ ଝରକାରେ ବନ୍ଧା ଅବସ୍ଥାରେ ବୃଦ୍ଧାଙ୍କ ବେକରେ ରଶି ଲାଗିଥିବା ଦେଖିବାକୁ ମିଳିଥିଲା ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0