ଭୁବନେଶ୍ୱର: ଫେକ୍ ଫେସବୁକ୍ ଆକାଉଣ୍ଟ ତିଆରି କରି ଲକ୍ଷାଧିକ ଲୁଟିଲେ ସାଇବର ଠକ । ଏମିତି ସେମିତି ଲୋକଙ୍କ ନାଁରେ ନୁହେଁ । ଖୋଦ ପୁଲିସ୍ କମିସନର ସୁଧାଂଶୁ ଷଡଙ୍ଗୀ ଓ ଗୁଇନ୍ଦା ଡିଆଇଜି ଅନୁପ ସାହୁଙ୍କ ନାଁରେ କଲେ ଫେକ୍ ଆକାଉଣ୍ଟ । ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଲୋକଙ୍କୁ ଟଙ୍କା ମାଗିଲେ । ଠକ କେତେଜଣଙ୍କ ଠାରୁ ଟଙ୍କା ସଂଗ୍ରହ କରିଥିବା ମଧ୍ୟ ସନେ୍ଦହ କରାଯାଉଛି । ଦୁଇ ଦିନ ତଳେ ଆଇଏଏସ ଅଫିସର ଭିନିଲ କ୍ରିଷ୍ଣାଙ୍କ ଇ-ମେଲ ମଧ୍ୟ ହ୍ୟାକ୍ କରାଯାଇଥିଲା । ସୂଚନା ଅନୁସାରେ, ଲକ୍ଡାଉନ୍ରେ ସାଇବର ଠକମାନେ ବେଶ୍ ସକ୍ରିୟ ହୋଇ ଉଠିଛନ୍ତି। ଅନଲାଇନ୍ ଠକେଇ, ଅନଲାଇନ୍ ମଦ, ଅନଲାଇନ୍ ନିଯୁକ୍ତି, କୋରିଅର ହୋମ୍ ଡେଲିଭରି ନାଁରେ ଠକେଇ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଝାଡଖଣ୍ଡ, ହରିୟାଣା, ଦିଲ୍ଲୀ ଆଦି ଅଞ୍ଚଳର ସାଇବର ଠକଙ୍କ ଟାର୍ଗେଟରେ ଓଡ଼ିଶା ରହିଛି। ତେବେ ୨୦୧୮ଠାରୁ ୨୦୧୯ରେ ସାଇବର ମାମଲା ଯଥେଷ୍ଟ ବଢ଼ି ଯାଇଛି। ୨୦୧୮ରେ ୮୪୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୧୪୮୫ରେ ପହଞ୍ଚିଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0