ଭୁବନେଶ୍ୱର: ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା । କିଛି ଘରୋଇ ସ୍କୁଲ ପକ୍ଷରୁ ଆଗତ ପିଟିସନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି କମାଯାଇପାରିବ ସେନେଇ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ହାଇକୋର୍ଟ । ଏନେଇ ୭ ଦିନ ମଧ୍ୟରେ ସ୍ପଷ୍ଟ ଆଭିମୁଖ୍ୟ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ କୋର୍ଟ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଆସନ୍ତା ସପ୍ତାହରେ ଏହାର ପରବର୍ତ୍ତି ଶୁଣାଣି ହେବ । କରୋନା ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେଣୁ ଘରୋଇ ବିଦ୍ୟାଳୟଗୁଡିକ ଫି ଛାଡ କରିବାକୁ ଓଡିଶା ଅବିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0