କଟକ: ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା । ଆଜି ହାଇକୋର୍ଟରେ କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି କରିଛନ୍ତି ନ୍ୟାୟାଳୟ । ଅଧିକ ଉଚ୍ଚ ମୂର୍ତ୍ତି କରିଥିବା ୯ ପୂଜା କମିଟିକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ମୂର୍ତ୍ତି ଉଚ୍ଚତାକୁ ନେଇ କୌଣସି କଟକଣା ନଥିବା କଥା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ମାତ୍ର ସମ୍ପୂର୍ଣ୍ଣ କୋଭିଡ କଟକଣା ଭିତରେ ପୂଜା ହେବ । ଏବଂ ଭସାଣୀ କେମିତି ହେବ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଦୁଇଟି ସର୍ତ୍ତ ରଖିଛନ୍ତିି ହାଇକୋର୍ଟ । ଆଡଭୋକେଟ୍ ଜେନେରାଲଙ୍କ ରିପୋର୍ଟ ଆଧାରରେ ଅନୁମତି ଦିଆଯାଇଛି । କିଛିଦିନ ହେବ କୋଭିଡ ମହାମାରୀ ବେଳେ ଦୁର୍ଗାପୂଜାକୁ ନେଇ ପୂଜା କମିଟି ଓ ପ୍ରଶାସନ ମଧ୍ୟରେ ବିବାଦ ଚାଲିଥିଲା ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0