spot_img

ସାଇକେଲରେ ପେପର ବାଣ୍ଟିଲେ ମନ୍ତ୍ରୀ

ବାଲେଶ୍ୱର: ଘର ଘର ବୁଲି ଖବରକାଗଜ ବାଣ୍ଟିଲେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ । ସକାଳ ପ୍ରାୟ ସାଢେ ୬ ଟା ସମୟରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସାଇକେଲରେ ଖବରକାଗଜ ବାଣ୍ଟୁଥିବା ଦେଖାଯାଇଛି । ସେ ବାଲେଶ୍ୱର ସହରର କଚେରୀ ବଜାର, ନୂଆ ବଜାର ଓ ରାଣୀପାଟଣା ଅଞ୍ଚଳରେ ଖବରକାଗଜ ବାଣ୍ଟିଥିଲେ । ଏହାକୁ ନିର୍ବାଚନ ପ୍ରଚାରର ନିଆରା ଶୈଳୀ କୁହାଯାଉଥିବା ବେଳେ ମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, କେବଳ ବିଭାଗୀୟ ମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ନିର୍ବାହ କରି ପର୍ଯ୍ୟଟନସ୍ଥଳୀ ଖୋଲିବା ସଂପର୍କରେ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular