ନଭେମ୍ବର ୫ରୁ ଯୁକ୍ତ୨ ଇଚ୍ଛାଧୀନ ପରୀକ୍ଷା ଆରମ୍ଭ ହେବ। ୩ ଦିନ ଧରି ଚାଲିବାକୁ ଥିବା ଏହି ପରୀକ୍ଷା ଲାଗି ସାରା ରାଜ୍ୟରେ ୫୬ଟି ପରୀକ୍ଷା କେନ୍ଦ୍ର ହୋଇଛି। କୋଭିଡ୍-୧୯ କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ। ଇଚ୍ଛାଧୀନ ପରୀକ୍ଷା ଲାଗି ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇପାରିବେ। ପରୀକ୍ଷା ପୂର୍ବରୁ ସମ୍ପୃକ୍ତ ଯୁକ୍ତ୨ କଲେଜରୁ ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ସଂଗ୍ରହ କରିପାରିବେ। ଏହି ଇଚ୍ଛଧୀନ ପରୀକ୍ଷାରେ ଯେଉଁ ମାର୍କ ମିଳିବ ତାକୁ ଚୂଡ଼ାନ୍ତ ଭାବେ ଗଣନା କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0