ଭୁବନେଶ୍ୱର: ଆଜି ମଣ୍ଡପରେ ବିରାଜିବେ ଜଗତଜନନୀ ମାଆ ଦୁର୍ଗା । ମଣ୍ଡପରେ ଆଜି ମା’ ଦୁର୍ଗାଙ୍କର ମହାଷଷ୍ଠୀ ପୂଜା । ସେପଟେ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ମହାସପ୍ତମୀ ପୂଜା । କୋଭିଡ କଟକଣା ଭିତରେ ରାଜ୍ୟର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ମା । ବିଧି ଅନୁସାରେ ଷଷ୍ଠୀ ପୂଜା ପରେ ଆଜି ବେଲ ବରଣୀ ଏବଂ ଚକ୍ଷୁଦାନ ଆଦି ନୀତିକାନ୍ତି କରାଯିବ । ବିଧି ରକ୍ଷା ପାଇଁ ମଣ୍ଡପରେ ମୃଣ୍ମୟୀ ପ୍ରତିମା ନିର୍ମାଣ କରାଯାଇଛି । ମାତ୍ର କୋଭିଡ କଟକଣା ପାଇଁ ଭକ୍ତ ଏଥର ମା’ଙ୍କୁ ସିଧାସଳଖ ଦର୍ଶନ କରିପାରିବେ ନାହିଁ । ଅଧିକାଂଶ ମଣ୍ଡପର କର୍ମକର୍ତ୍ତା ସ୍ୱର୍ଣ୍ଣ ଚାନ୍ଦି ଅଳଙ୍କାରରେ ମୂର୍ତ୍ତୀ ସଜାଇ ନାହାନ୍ତି । ନକଲି ଅଳଙ୍କାର ଓ ରଙ୍ଗୀନ ଜରି ମେଢରେ ମାଆଙ୍କୁ ସଜାଇ ପୂଜା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0