spot_img

ବଣ୍ଟା ନ ହୋଇ ଏବେ ଖତ ଖାଉଛି ମେଡିସିନ୍

ବାସୁଦେବପୁର: ଶିଶୁଙ୍କ ସୁରକ୍ଷା ଲାଗି ସରକାର ଯୋଜନା ପରେ ଯୋଜନା କରିଛନ୍ତି । ଶିଶୁଙ୍କ ମୃତ୍ୟୁ ହାରକୁ ରୋକିବା ହେତୁ ବିଭିନ୍ନ ପଦକ୍ଷେପ ମାନ ନେଇଛନ୍ତି । ଯୋଗାଇ ଦିଆଯାଉଛି ପୁଷ୍ଟିକର ଖାଦ୍ୟ ସହ ଓ ଔଷଧ । ଶିଶୁମାନଙ୍କୁ ରକ୍ତହୀନତା ରୋଗରୁ ରକ୍ଷା କରିବା ପାଇଁ ଔଷଧ ଆସିଥିଲା । କିନ୍ତୁ ବଣ୍ଟା ନ ହୋଇ ଏବେ ଖତ ଖାଉଛି ମେଡିସିନ୍ । ପେଟି ପେଟି ଔଷଧରେ ପାଣି ପଶି ନଷ୍ଟ ହେଉଛି । ବଣ୍ଟା ହେବା ତ ଦୂରର କଥା ଏପର୍ଯ୍ୟନ୍ତ ପେଟିକୁ ଖୋଲା ହୋଇନାହିଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଆଇସିଡିଏସ କାର୍ଯ୍ୟାଳୟରେ । ୨୦୨୦ ମସିହା ମେ ମାସ ହୋଇଛି ଡେଟ ଅଫ ଏକ୍ସପାରୀ । ଦାୟିତ୍ୱହୀନତା ପାଇଁ ନଷ୍ଟ ହୋଇଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ । ଶିଶୁ ମାନଙ୍କ ପାଇଁ ଆସିଥିବା ଔଷଧ କାହିଁକି ବଣ୍ଟନ କରାଗଲା ନାହିଁ ତଦନ୍ତ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular