ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହେଲା ବୁଡାଜାହାଜ ବିଧ୍ୱଂସୀ ଯୁଦ୍ଧ ଜାହାଜ ଆଇଏନଏସ କବରତ୍ତିାସ୍ୱଦେଶୀ ଜ୍ଞାନ କୌଣଳରେ ନିର୍ମିତ ଚତୁର୍ଥ ବିଧ୍ୱଂସୀ ଯୁଦ୍ଧ ଜାହାଜ ହେଉଛି ଆଇଏନଏସ କବରତ୍ତି । ବିଶାଖାପାଟଣାସ୍ଥିତ ନୌସେନା ଡକୟାର୍ଡରେ ଏହାକୁ ଆଜି ସାମିଲ କରାଯାଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଏହାକୁ ସାମିଲ କରିଛନ୍ତି । ଏହା ପୂର୍ବରୁ ଆଉ ୩ଟି ବୁଡାହାଜଜ ବିଧ୍ୱଂସୀ ଯୁଦ୍ଧଜାହାଜ ନୌସେନାରେ ସାମିଲ ହୋଇସାରିଛି । ଆସନ୍ତୁ ଜାଣିବା କଣ ରହିଛି ଏହି ଯୁଦ୍ଧ ଜାହାଜର ବିଶେଷତ୍ୱ । ଆଇଏନଏସ କବରତ୍ତିର ବିଶେଷତ୍ୱ ହେଲା ଏହା ଶତ୍ରୁ ପକ୍ଷର ରାଡାରରେ ସହଜରେ ଦୃଶ୍ୟମାନ ହେବନାହିଁ । ଏହାର ନିର୍ମାଣରେ ୯୦ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଏହାକୁ ଭାରତୀୟ ନୌସେନାର ଡିରୋକ୍ଟୋରେଟ ଅଫ୍ ନାଭାଲ ଡିଜାଇନ୍ ପକ୍ଷରୁ ବିକଶିତ କରାଯାଇଛି । ୧୧୦ ମିଟର ଲମ୍ବ ଓ ୧୪ ମିଟର ଚଉଡା ତଥା ୩ ହଜାର ୫୦୦ ଟନ୍ ଓଜନର କ୍ଷମତା ରଖିଥିବା ଆଇଏନଏସ କବରତ୍ତିରେ ଆଣ୍ଟି ସବମେରିନ୍ ରକେଟ୍ ଲଗାଯାଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ଯୁଦ୍ଧଜାହାଜ ପରମାଣୁ, ରାସାୟନିକ ତଥା ଜୈବିକ ଯୁଦ୍ଧ ସ୍ଥିତିରେ ବେଶ ଦକ୍ଷତାର ସହ କାର୍ଯ୍ୟ କରିପାରିବ । ସେହିପରି ଶତ୍ରୁ ପକ୍ଷର ଆକ୍ରମଣକୁ ମଧ୍ୟ ପ୍ରତିହତ କରିବା ପାଇଁ କବରତ୍ତି ପାଖରେ ଦକ୍ଷତା ରହିଛି । ଏହା ସମୁଦ୍ର ତଟରେ ଦେଶର ସୁରକ୍ଷାକୁ ଆହୁରି ସୁଦୃଢ କରିବ । ଏହା ଦ୍ୱାରା ନୌସେନା ଅଧିକ ସଶକ୍ତ ହେବ ବୋଲି କହି ସେନା ମୁଖ୍ୟ ଜେନେରାଲ ନରୱଣେ ଟିମ୍ କବରତ୍ତିକୁ ଶୁଭେଚ୍ଛା ଜଣାଇଛନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0