ଦୁବାଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୪୧ତମ ମ୍ୟାଚ । ସାରଜାରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବା ଲକ୍ଷରେ ପଡିଆକୁ ଓହ୍ଲାଉଛି ଆଜି ଚେନ୍ନାଇ । ତେବେ ଚଳିତ ବର୍ଷ ଆଇପିଏଲରେ ସିଏସକେ ଭଲ ପ୍ରଦର୍ଶନ କରିପାରି ନାହିଁ । ଯାହାଫଳରେ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ଅଛି ସିଏସକେ । ତେଣୁ ଆଜିର ମ୍ୟାଚକୁ ସିଏସକେ କର ବା’ ମର ପରିସ୍ଥିତିରେ ଖେଳିବା ପାଇଁ ଯାଉଛି । ସିଏସକେ ଦଳରେ ବିସ୍ଫୋରକ ବ୍ୟାଟସମ୍ୟାନ ହିସାବରେ ଫ୍ଲାପ ଡ଼ୁପ୍ଲେସିସ ଓ ଅମ୍ବାତି ରାୟଡ଼ୁ ଆଜିର ମ୍ୟାଚ ଖେଳୁଛନ୍ତି । ସେହିପରି ବୋଲିଂରେ ଲୁଙ୍ଗି ଏନଗିଡ଼ି, ରବିନ୍ଦ୍ର ଜାଡ଼େଜା ଏବଂ ପିୟୁଷ ଚାୱାଲା ପ୍ରମୁଖ ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଦଳର ବ୍ୟାଟିଂ ଓପନର ସ୍ୱେନ ୱାଟସନ ମଧ୍ୟ ଭଲ ଫର୍ମରେ ଅଛନ୍ତି । ଯାହାକି ଆଜିର ମ୍ୟାଚରେ ସିଏସକେ ଟିମକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହୋଇପାରିବ ।
ମୁମ୍ବାଇ ଇଣ୍ଡିଆନ୍ସ ଦଳର ବିସ୍ଫୋରକ ବ୍ୟାଟସମ୍ୟାନ ହିସାବରେ ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ ଚମକ୍ରାର ଫର୍ମରେ ଅଛନ୍ତି । ତେବେ ପାଣ୍ଡା୍ୟା ବ୍ରଦର୍ଶଙ୍କ ବ୍ୟାଟିଂର ଯାଦୁ ଏପର୍ଯ୍ୟନ୍ତ ଦର୍ଶକଙ୍କୁ ଦେଖିବାକୁ ମିଳିନାହିଁ । ସେହିପରି ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ଟେଣ୍ଟ ବୋଲ୍ଟ ଓ ପ୍ୟାଟିସନ ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ଦଳର ସ୍ପିନର ଭାବେ ରାହୁଲ ଚହର ଓ କ୍ରୁନାଲ ପାଣ୍ଡ୍ୟା ରହିଛନ୍ତି । ଯାହାକି ଆଜିର ମ୍ୟାଚରେ ସିଏସକେ ଦଳର ଏକ ବଡ଼ ସ୍କୋରକୁ ରୋକିବାରେ ସହାୟକ ହେବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0