ଦୁବାଇ: ଚଳିତ ବର୍ଷ ଦଳର ଅଲରାଉଣ୍ଡର ଡେନ ବ୍ରାଭୋ ଅବଶିଷ୍ଟ ସିଏସକେ ମ୍ୟାଚ ଗୁଡିକରୁ ସମ୍ପୂର୍ଣ୍ଣ ବାଦ ପଡିଛନ୍ତି । ତେବେ ଆହତ ଯୋଗୁଁ ବ୍ରାଭୋ ବାଦ ପଡିଛନ୍ତି ବୋଲି ଦଳ ପକ୍ଷରୁ ସ୍ଫଷ୍ଟ କରାଯାଇଛି । ଏହା ସହ ବ୍ରାଭୋ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ଭିଡିଓ ବାର୍ତ୍ତା ଅପଲୋଡ କରିଛନ୍ତି । ତେବେ ତିନି ଥର ବିଜେତା ସିଏସକେ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଖରାଫ ସ୍ଥିତିରେ ଅଛି । ଏହି ଦଳ ୧୦ଟି ମ୍ୟାଚ ଖେଳି ୭ଟି ମ୍ୟାଚରେ ପରାଜୟ ବରଣ କରିଛି । ଏହା ସହ ପ୍ଲେ-ଅଫରୁ ବାଦ ପଡିବା ପରିସ୍ଥିତି ଉପୁଜିଛି । ଏହା ସହ ବ୍ରାଭୋଙ୍କ ବାଦ ପଡିବା ଘଟଣା କ୍ରିଡାପ୍ରେମୀଙ୍କ ମନରେ ଶକ୍ତ ଝଡକା ଦେଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0