spot_img

ଥମିବାର ନାମ ନେଉନି ମୁମ୍ବାଇ ମଲର ନିଆଁ

ମୁମ୍ବାଇ: ମୁମ୍ବାଇ ସିଟି ସେଣ୍ଟରରେ ନିଆଁ ଲାଗିବାର ପ୍ରାୟ ୪୦ ଘଣ୍ଟା ପରେ ମଧ୍ୟ ନିଆଁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିପାରି ନାହିଁ । ତେବେ ନିଆଁ ଲିଭାଇବା ପାଇଁ ୧୮ଟି ଫାୟାର ଇଞ୍ଜିନ ଓ ୧୦ ଟି ବୃହତ ଟାଙ୍କର ନିୟୋଜିତ କରାଯାଇଛି । ଏହା ପରେ ବି ନିଆଁ ସମ୍ପୂର୍ଣ୍ଣ ଆୟତ୍ୱ ହୋଇନଥିବାର ସୂଚନା ମିଳିଛି । ସୂଚନା ଅନୁସାରେ, ଦକ୍ଷିଣ ନାଗପଡା ଅଞ୍ଚଳରେ ଥିବା ସିଟି ସେଣ୍ଟର ମଲରେ ଗତକାଲି ରାତିରେ ନିଆଁ ଲାଗିଥିଲା । ତେବେ ପ୍ରାଥମିକ ସ୍ଥରରେ ଏହା ଲେବଲ-୧ ସ୍ତରରେ ନିଆଁ ଥିବା ବେଳେ ଆଜି ଏହା ଲେବଲ-୫ ସ୍ତରରେ ପହଞ୍ଚି ଯାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀର ୨୪ ଜଣ ଫାୟାର ଇଂଞ୍ଜିନିୟର, ୧୬ଟି ଜୁମ୍ବୋ ଟ୍ୟାଙ୍କର ଓ ପ୍ରାୟ ୨୫୦ ଦମକଳ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular