spot_img

ଭାଇରାଲ ହେଉଛି ଜ୍ୟାକଲିନଙ୍କ ଟପଲେସ ଫଟୋ

ମୁମ୍ବାଇ : ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କ ଟପଲେସ ଫଟୋ । ଇନଷ୍ଟାଗ୍ରାମରେ ଫୋଲଅର୍ସ ସଂଖ୍ୟା ୪୬ ମିଲିୟନ ଅତିକ୍ରମ କରିଥିବାରୁ ସେ ନିଜ ଫ୍ୟାନମାନଙ୍କ ପାଇଁ ଏହି ଫଟୋ ସେୟାର କରିଛନ୍ତି ।

ଫଟୋରେ ଜ୍ୟାକଲିନ ମୁକୁଳା କେଶ ସହ ଧଳା ରଙ୍ଗର ପ୍ୟାଣ୍ଟ ପିନ୍ଧି ହାତରେ ଗୋଲପୁଲ ଧରିଥିବାର ନଜର ଆସିଛନ୍ତି । ସେ ମୋଟ ତିନୋଟି ଫଟୋ ପୋଷ୍ଟ କରିଛନ୍ତି । ତାଙ୍କର ଏହି ଫଟୋଗୁଡ଼ିକୁ ତାଙ୍କ ଫ୍ୟାନମାନେ ବେଶ ପସନ୍ଦ କରିଛନ୍ତି ।

 

ସୂଚନାଯୋଗ୍ୟ, ଆଗକୁ ଜ୍ୟାକ୍‌ଲିନ୍‌ ଫିଲ୍ମ ‘ଆଟାକ୍‌’ ପାଇଁ ଶୁଟିଂ ଆରମ୍ଭ କରିବେ। ଏଥିରେ ତାଙ୍କ ସହିତ ଜନ୍ ଅବ୍ରାହମ୍‌ଙ୍କୁ ଦେଖିବାକୁ ମିଳିବ। ସେହିପରି ସଲ୍‌ମାନ୍ ଖାନ୍‌ଙ୍କ ‘କିକ୍‌-୨’ରେ ମଧ୍ୟ ଜ୍ୟାକ୍‌ଲିନ୍‌ଙ୍କୁ ଦେଖିବାକୁ ମିଳିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular