ବଡବିଲ : ଶାଗୁଆନ ଓ ପିଆଶାଳ କାଠ ଜବତ । ବଡ଼ବିଲ କିରିବୁରୁ ହିଲଟପ୍ ସ୍ଥିତ ‘ସେଲ୍’ କର୍ମଚାରୀଙ୍କ ଘରୁ ଚୋରା କାଠ ଜବତ ହୋଇଛି । ଏହା ସହ ଅଭିଯୁକ୍ତ ଗୌତମ ବାରିକଙ୍କୁ ଗିରଫ୍ କରିଛି ବନ ବିଭାଗ ।
ବିଶ୍ବସ୍ତ ସୁତ୍ରରୁ ଖବର ପାଇ ବନ ବିଭାଗର ଏକ ସ୍ବତନ୍ତ୍ର ସ୍କ୍ବାଡ଼ର୍, ‘ସେଲ୍’ କର୍ମଚାରୀ ଗୌତମ ବାରିକଙ୍କ କ୍ବାଟରରେ ଚଢ଼ଉ କରିଥିଲା । ଚଢାଉରେ ପାଖାପାଖି ୮ ଘନଫୁଟ୍ ଚୋରା ଶାଗୁଆନ ଓ ପିଆଶାଳ କାଠ ସିଜ୍ ସହ ଏକ କରତ ଓ କଟିଙ୍ଗ୍ ମେସିନ୍ ଜବତ କରିଥିବା ସୂଚନା ମିଳିଛି । ଜବତ କାଠର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କାରୁ ଅଧିକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗୌତମ, ସେଲ୍ କମ୍ପାନୀର ମେକାନିକାଲ ବିଭାଗରେ କାର୍ଯ୍ୟ କରନ୍ତି । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0