ବରଗଡ଼ : ବରଗଡ଼ କେନାଲରେ ଗାଧୋଇବା ବେଳେ ଭାସିଗଲେଣି ୨ଜଣ ନିଖୋଜ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।
ପାଣିରେ ଭାସି ଦୁଇଦିନରେ ଦୁଇ ଜଣ ନିଖୋଜ । ଗତକାଲି ବରଗଡ ସିଦ୍ଧେଶ୍ୱର ନଗର ଅଞ୍ଚଳର ଜଣେ ୭୦ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ ଜଳନ୍ଧର ବରଗଡ଼ ମୁଖ୍ୟ କେନାଲରେ ଗାଧୋଇବା ସମୟ ପାଣି ରେ ଭାସି ନିଖୋଜ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ପ୍ରାୟ ୪ ରୁ ୫ଘଣ୍ଟା ସମୟରେ ଶିକ୍ଷକଙ୍କୁ ଖୋଜା ଖୋଜି କରିଥିଲେ, କିନ୍ତୁ ଶିକ୍ଷକଙ୍କ କୌଣସି ପତ୍ତା ମିଳିନଥିଲା ।
ସେହିପରି ଆଜି ପୁଣି ଜଣେ ୨୨ ବର୍ଷୀୟ ଯୁବକ ନିଖୋଜ ହୋଇଛନ୍ତି । ବରଗଡ ତଲିପଡାର ଓମ୍ ପ୍ରକାଶ ଭୋଇ ବରଗଡ଼ ମୁଖ୍ୟ କେନାଲର ବରଡୋଲ ନିକଟରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଛି । ପାଣିରେ ବୁଡି ଯାଇ ଭାସିଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ଖୋଜା ଖୋଜି ଜାରି ରଖିଛନ୍ତି ।୨ ଦିନରେ ୨ ଜଣ ଙ୍କ କେନାଲରେ ନିଖୋଜ ହେବା, ସହରବାସୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0