spot_img

ଡିଆଇଜିଙ୍କ ପତ୍ନୀ କଲେ ଆତ୍ମହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରର ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ପତ୍ନୀ ଫଶୀ ଳଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ, ସୁଶାନ୍ତ ଗଲ୍ଡ ସିଟି ଅଞ୍ଚଳରେ ଡିଆଇଜିଙ୍କ ପତ୍ନୀ ପୁଷ୍ପା ପ୍ରକାଶ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ସ୍ଥାନୀୟ ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କୌଣସି ଆତ୍ମହତ୍ୟା ନୋଟ କିମ୍ବା ଆତ୍ମହତ୍ୟା କରିବାର କାରଣ ପୁଲିସ ଏପର୍ଯନ୍ତ ପାଇପାରି ନାହିଁ । ଅନ୍ୟପଟେ ଡିଆଇଜି ଚନ୍ଦ୍ର ପ୍ରକାଶ ହାଥରସ ଜିଲ୍ଲାରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଗଠିତ ହୋଇଥିବା ଏସଆଇଟି ଟିମର ସଦସ୍ୟ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular