ଅନୁଗୁଳ: ତାଳଚେର କୋଲୟାରି ଥାନା ଲାଲ ହଟିଙ୍ଗରେ ଆଜି ଭୋର ସମୟରେ ଏକ ଅଘଟଣ ଘଟିଛି। ବାଲି ଉପରେ ଦୁଇ ଭାଇ ଶୋଇଥିବା ବେଳେ ଏକ ହାଇୱା ଗାଡ଼ି ଉଭୟଙ୍କୁ ଚାପି ଦେଇଛି। ଘଟଣାସ୍ଥଳରେ ୧୪ ବର୍ଷର ନାବାଳକ ବଡ଼ ଭାଇ ବନ୍ଧୁଦେବ କେରାଇଙ୍କର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ମାନସିଂହ କେରାଇ(୮) ଗୁରୁତର ଆହତ ହୋଇଛନ୍ତି। ମାନସିଂହଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଆଜି ଭୋର ପ୍ରାୟ ଚାରିଟା ସମୟରେ ଦୁଇ ଭାଇ ଏକ ବାଲି ଗଦା ଉପରେ ଶୋଇଥିଲେ। ଏହି ଅନ୍ଧାରିଆ ରାତିରେ ଦୁଇ ଭାଇ ବାଲି ଉପରେ ଶୋଇଥିବା ଗାଡ଼ି ଚାଳକ ଜାଣି ପାରି ନଥିଲେ। ଗାଡ଼ିକୁ ପଛକୁ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡ଼ି ଯାଇଥିଲା ହାଇଓ୍ବା। ଘଟଣାସ୍ଥଳରେ ବଡ଼ ଭାଇ ବନ୍ଧୁଦେବ କେରାଇଙ୍କର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ମାନସିଂହ ଆହତ ହୋଇଛନ୍ତି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0