ଆବୁଜା: ଘାନାରେ ଛଅ ମହଲାବିଶିଷ୍ଟ ଏକ ଗୀର୍ଜା ଅଟ୍ଟଳିକା ଭୁଶୁଡି ପଡିଛି । ତେବେ ଏହି ଦୁର୍ଘଟଣାରେ ୨୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହତ ମାନଙ୍କୁ ସ୍ଥାନୀୟ ହସ୍ଫିଟାଲରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁସାରେ, ଏସିନି-ମାନସୋ ଜିଲ୍ଲା ଅନ୍ତର୍ଗତ ଆକିଏମ ବତାତି ସହରରେ ଘଟିଥିବା ଏହି ଦୁର୍ଘଟଣାସ୍ଥଳରୁ ଆଠ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟପଟେ ଧ୍ୱଂସସ୍ତୁପ ତଳୁ ୨୨ଟି ଶବ ବାହାର କରାଯାଇଥିବା କଥା ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାନର ଜଣେ ତତ୍ତ୍ୱାବଧାରକ କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0