spot_img

ରାଉରକେଲା ଏସଓଏସ ଭିଲେଜରୁ ନାବାଳିକା ନିଖୋଜ 

ରାଉରକେଲା ବୀରମିତ୍ରପୁରର ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ ଖବରକୁ ନେଇ ଚର୍ଚ୍ଚିତ ସଂପୃକ୍ତ ନାବାଳିକାଙ୍କର ପତ୍ତା ମିଳୁନି ସେ ରାଉରକେଲା ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏସଓଏସ ଭିଲେଜରୁ ନିଖୋଜ ହୋଇଯାଇଛନ୍ତି ନେଇ ଛେଣ୍ଡ ଥାନାରେ ମାମଲା ରୁଜୁ ହୋଇଛି ତେବେ ସୁରକ୍ଷାରେ ଥିବା ଜଣେ ନାବାଳିକା କିପରି ଏସଓଏସ ଭିଲେଜରୁ ନିଖୋଜ ହୋଇଗଲେ ତାହା ଆଲୋଡନ ସୃଷ୍ଟି କରିଛି ଏହା ପଛରେ କିଛି ସୁଚିନ୍ତିତ ଷଡଯନ୍ତ୍ରର ସନ୍ଦେହ ନେଇ ମଧ୍ୟ ଚର୍ଚ୍ଚା ତେବେ ପୋଲିସ ତଦନ୍ତ ଜାରି ଥିବା ବେଳେ ରିପୋର୍ଟ ଲେଖା ହେବା ସୁଦ୍ଧା ନାବାଳିକାଙ୍କର ଖୋଜଖବର ମିଳିନଥିବା ବେଳେ ନେଇ ମଧ୍ୟ ଏସଓଏସ ଭିଲେଜ କର୍ତ୍ତୃପକ୍ଷଙ୍କଠାରୁ କିଛି ଠୋସ୍ ସୂଚନା ମିଳୁନଥିବା ଜଣାଯାଇଛି

ସୂଚନାଯୋଗ୍ୟ ଯେ, ନାବାଳିକା ଦୁଷ୍କର୍ମ ଘଟଣାରେ ବୀରମିତ୍ରପୁର ଥାନା ତତ୍କାଳୀନ ଆଇଆଇସି ଆନନ୍ଦ ମାଝୀଙ୍କ ନାମ ଆସିଥିଲା ଥାନାର ଉପର ମହଲାରେ ସଂପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା ପରବର୍ତ୍ତୀ ସମୟରେ ବୀରମିତ୍ରପୁର ଡାକ୍ତରଖାନାର ଡାକ୍ତର ଦେବାଶିଷ ବୋଷ ସଂପୃକ୍ତ ନାବାଳିକାଙ୍କର ବେଆଇନ ଭାବେ ଗର୍ଭପାତ କରାଇଥିଲେ ଏହି ମାମଲାର ବୀରମିତ୍ରପୁର ଥାନାର ତତ୍କାଳୀନ ଆଇଆଇସି ଆନନ୍ଦ ମାଝୀ ଚାକିରୀରୁ ବହିଷ୍କୃତ ହୋଇ ଗିରଫ ହୋଇଥିଲେ ସେ ଏବେ ସୁନ୍ଦରଗଡ ଜେଲରେ ଅଛନ୍ତି ସମ୍ପୃକ୍ତ ଡାକ୍ତର ଜେଲରୁ କିଛି ଦିନ ପାଇଁ ପାରୋଲରେ ଆସିଛନ୍ତି

ଏହି ଘଟଣା ପରେ ସଂପୃକ୍ତ ନାବାଳିକାଙ୍କୁ ରାଉରକେଲାର ଏସଓଏସ ଭିଲେଜରେ ରଖାଯାଇଥିଲା ଏବେ   ନାବାଳିକା ନିଖୋଜ ପରେ ପୋଲିସ ତନାଘନା ଆରମ୍ଭ କରିଛି ପୀଡିତା ନାବାଳିକାଙ୍କ ଉତ୍ତମ ଭାବିଷ୍ୟତ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏସଓଏସ ଭିଲେଜରେ ତାଙ୍କୁ ଅନ୍ତେବାସୀ ଭାବେ ପ୍ରଶାସନର ନିଷ୍ପତ୍ତି ପରେ ରଖାଯାଇଥିଲା ତେବେ କଡା ସୁରକ୍ଷା ବ୍ୟବସ୍ଥା ଥାଉ ଥାଉ କିପରି ଭାବରେ ନାବାଳିକା ନିଖୋଜ ହେଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular