spot_img

୨୦୨୧ ଜାନୁଆରୀ ସୁଦ୍ଧା ଉପଲବ୍ଧ ହେବ କରୋନା ଟିକା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ଦେଶରେ କୋଭିଡ -୧୯ ଟିକା ଉପଲବ୍ଧ ହେବ ବୋଲି ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବଦ୍ଧନ ସୂଚନା ଦେଇଛନ୍ତି । ଏ ନେଇ ଏକ ସରକାରୀ ଟିଭି ଚ୍ୟାନେଲରେ ହର୍ଷ ବର୍ଦ୍ଧନ ସ୍ଫଷ୍ଟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ହର୍ଷ ବଦ୍ଧନ କହିଛନ୍ତି, ଭାରତରେ ତିନୋଟି ପରୀକ୍ଷାମୂଳକ ପର୍ଯ୍ୟାୟରେ ଥିବା ଟିକା ମଧ୍ୟରୁ ଗୋଟିଏ ଟିକା କ୍ଲିନିକାଲ ପରୀକ୍ଷଣର ତୃତୀୟ ପର୍ଯାୟରେ ଥିବା ବେଳେ ଅନ୍ୟ ଦୁଇଟି ଦ୍ୱିତୀୟ ପର୍ଯ୍ୟାୟରେ ରହିଛି । ଏହା ସହ ସେ କହିଛନ୍ତି, ଏବେ ଗୋଟିଏ ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ପାଇଛି । ଏ ପର୍ଯ୍ୟନ୍ତ ପ୍ରସ୍ତୁତି ଭଲ ଭାବେ ଅଗ୍ରଗତି କରୁଛି ଓ ଯଦି ଆଗାମୀ ଦିନରେ ତାହା ସେଭଳି ସଫଳ ଭାବରେ ଅଗ୍ରଗତି କରେ ତେବେ ଆସନ୍ତା ବର୍ଷ ଜୁନ ଏବଂ ଜୁଲାଇ ପୂର୍ବରୁ ଦେଶରେ ୪୦୦ ରୁ ୫୦୦ ନିୟୁତ ଡୋଜ କୋଭିଡ ଟିକା ଉପଲବ୍ଧ ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular