ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର କପିଲ୍ ଦେବ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ହୃଦ୍ଘାତରେ ଶିକାର ହେବା ପରେ କପିଲଙ୍କୁ ନୂଆଦିଲ୍ଲୀର ଫୋର୍ଟିଜ ଏସ୍କର୍ଟସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କର ‘ଆଞ୍ଜିଓପ୍ଲାଷ୍ଟି’କରାଯାଇଥିଲା । ଡାକ୍ତର ଅତୁଲ ମାଥୁର ଓ ତାଙ୍କ ଟିମ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କପିଲଙ୍କ ଚିକିତ୍ସା ଚାଲିଥିଲା।
Dr Atul Mathur did Kapil paji angioplasty. He is fine and discharged. Pic of @therealkapildev on time of discharge from hospital. pic.twitter.com/NCV4bux6Ea
— Chetan Sharma (@chetans1987) October 25, 2020
ତେବେ ଆଜି ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି କପିଲ୍ ଦେବ। ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ବେଳେ ସେ ଖୁବଶୀଘ୍ର ନିଜର କାର୍ଯ୍ୟ ଆରମ୍ଭ କରିପାରିବେ। ଏହାସହ ସେ ଲଗାତର ଡାକ୍ତର ଅତୁଲ ମାଥୁରଙ୍କ ପରାମର୍ଶ ନେବେ ବୋଲି ହସ୍ପିଟାଲରୁ ଜାରି ଏକ ବିଜ୍ଞପ୍ତିରୁ ଜଣାପଡ଼ିଛି।
କପିଲ ଦେବ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବାର ଫଟୋ ସେୟାର କରିଛନ୍ତି ତାଙ୍କର ଜଣେ ପୂରୁଣା ବନ୍ଧୁ ଚେତନ ଶର୍ମା। ଚେତନ ଶର୍ମା ଟ୍ବିଟ୍ କରି ଲେଖିଛନ୍ତି,‘ଡାକ୍ତର ଅତୁଲ ମାଥୁର କପିଲଙ୍କ ‘ଆଞ୍ଜିଓପ୍ଲାଷ୍ଟି’କରିଛନ୍ତି। ସେ ଏବେ ସୁସ୍ଥ ଅଛନ୍ତି ଓ ତାଙ୍କୁ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଛି। ଏହି ଫଟୋ ହସ୍ପିଟାଲ୍ରୁ ବାହାରିବା ସମୟର।’



Visitors Today : 1
Total Visitors : 130170
Total Views : 9891616
Visitors Online Now : 0