spot_img

ଉଦ୍ଧାର ହେଲେ ଜାହାଜରେ ପିଟି ହୋଇଥିବା ଟ୍ରଲରର ସମସ୍ତ ମତ୍ସ୍ୟଜୀବୀ

ପାରାଦୀପ ସମୁଦ୍ର ଭିତରେ ବୁଡ଼ି ରହିଥିବା ବ୍ଲାକରୋଜ ଜାହାଜରେ ପିଟି ହୋଇ ବୁଡ଼ି ଯାଇଥିଲା ଟ୍ରଲର । ସୋମବାର ସକାଳୁ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ମା – ମିନୀ ନାମକ ମାଛଧରା ଟ୍ରଲର ମାଛଧରି ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ତେବେ ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଯାଇଥିଲେ । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଦ୍ବାରା ଅନ୍ୟ ଏକ ମାଛ ଧରା ବୋଟ୍ ସାହାଯ୍ୟରେ ୫ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଦୀର୍ଘ ୨ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ଆଉ ୩ ଜଣକୁ ଉଦ୍ଧାର କରାଯାଇଛି । ତେବେ ବୁଡ଼ି ରହିଥିବା ଟ୍ରଲରକୁ ମଧ୍ୟ ଅନ୍ୟ ଏକ ବୋର୍ଟ ସାହାଯ୍ୟରେ କୂଳକୁ ଆଣିବା ପାଇଁ ଚେଷ୍ଟା ଜାରି ରହିଛି।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular