ପାରାଦୀପ : ସମୁଦ୍ର ଭିତରେ ବୁଡ଼ି ରହିଥିବା ବ୍ଲାକରୋଜ ଜାହାଜରେ ପିଟି ହୋଇ ବୁଡ଼ି ଯାଇଥିଲା ଟ୍ରଲର । ସୋମବାର ସକାଳୁ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ମା – ମିନୀ ନାମକ ମାଛଧରା ଟ୍ରଲର ମାଛଧରି ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ତେବେ ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଯାଇଥିଲେ । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଦ୍ବାରା ଅନ୍ୟ ଏକ ମାଛ ଧରା ବୋଟ୍ ସାହାଯ୍ୟରେ ୫ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଦୀର୍ଘ ୨ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ଆଉ ୩ ଜଣକୁ ଉଦ୍ଧାର କରାଯାଇଛି । ତେବେ ବୁଡ଼ି ରହିଥିବା ଟ୍ରଲରକୁ ମଧ୍ୟ ଅନ୍ୟ ଏକ ବୋର୍ଟ ସାହାଯ୍ୟରେ କୂଳକୁ ଆଣିବା ପାଇଁ ଚେଷ୍ଟା ଜାରି ରହିଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0