ରାଉରକେଲା : ରାଉରକେଲା ବିଶ୍ରା ଥାନା ବାରିଲେପ୍ତା ପଞ୍ଚାୟତ ଗୀର୍ଜାଟୋଲି ଗାଁରେ ଘଟିଛି ହତ୍ୟାକାଣ୍ଡ । ସନାତନ ତିଗାରର କାଠ ଫାଳିଆ ମାଡରେ ସଞ୍ଜିତ ଲାକ୍ରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ହୋଇଛି ହତ୍ୟାକାଣ୍ଡ । ଗାଁରେ ନୂଆଖାଇ ଭେଟଘାଟର ଆୟୋଜନ ହୋଇଥିଲା । ନୂଆଖାଇ ଭେଟଘାଟ ଭୋଜିରେ ସମସ୍ତେ ଖାଇସାରିବା ପରେ ନିଶାସକ୍ତ ଅବସ୍ଥାରେ ସେହି ଗାଁର ସନାତନ ତିଗାର ସହ ସଞ୍ଜିତ ଲାକ୍ରା ମଧ୍ୟରେ ବଚସା ହୋଇଥିଲା। ବଚସା ଉଗ୍ରରୂପ ନେଇଥିଲା । ସନାତନ ତିଗାରର କାଠ ଫାଳିଆ ମାଡରେ ସଞ୍ଜିତ ଲାକ୍ରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ଖବର ପାଇ ବିଶ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା କାଠ ଫାଳିଆ ଜବତ କରିବା ସହ ଅଭିଯୁକ୍ତ ସନାତନ ତିଗାର ସହ ତାଙ୍କ ବନ୍ଧୁ ଆଲୋକ ତିର୍କିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0