spot_img

ବିଷାକ୍ତ ମଦ ପିଇ ତିନି ମୃତ

ପୁରୁଣାକୋଟ ଥାନା ପଥରଗଡ଼ ଗାଁରେ ବିଷାକ୍ତ ମଦ ପିଇ ଦୁଇ ଦିନରେ ତିନିଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତ ୨୫ତାରିଖରେ ୨ଜଣଙ୍କର ଜୀବନ ଯାଇଥିବା ବେଳେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଉଛନ୍ତି କାଇରା ପ୍ରଧାନ, ଟୁକୁନା ପ୍ରଧାନ ଓ ଶଶିଭୂଷଣ ଦେହୁରୀ। ଯୁବକମାନେ ମହୁଲି ମଦ ପିଇଥିଲେ । ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular