ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ମାଧପୁର ଢାବା ନିକଟସ୍ଥ ପୋଲ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ଓ ଏକ ମାଲ ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଟ୍ରକଟି ପ୍ରାୟ ୫୦ଫୁଟ ତଳକୁ ଖସି ଯାଇଥିବା ଜଣାପଡ଼ିଛି। ତେବେ ସୌଭାଗ୍ୟକୁ ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି | ସାମାନ୍ୟ ଆହତ ହୋଇଥିବା ଟ୍ରକର ମାଲିକ ଏବଂ ତାଙ୍କର ପୁଅଙ୍କୁ ଉଦ୍ଧାର କରାଯାଇ ଆଡେନିଗଡ଼ ସିଏଚସିକୁ ଅଣାଯାଇ ଚିକିତ୍ସା କରାଯାଇଥିବା ପୁଲିସ ସୂତ୍ରରୁ ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ ବସ୍ ( ଓଆର ୧୫ଏଲ ୯୩୮୫) ଫୁଲବାଣୀ ଜିଲ୍ଲାର ଚକାପାଦରୁ ଯାତ୍ରୀ ପରିବହନ କରି ମାଧପୁର ଦେଇ ବୌଦ୍ଧ ଅଭିମୁଖେ ଆସୁଥିବା ସମୟରେ ରାଉରକେଲାରୁ ଏହି ବାଟ ଦେଇ ବ୍ରହ୍ମପୁର ଯାଉଥିବା ଲୁହା ଏଙ୍ଗେଲ ପାଇପ ବୋଝେଇ ଟ୍ରକ୍ (ଓଆର ୦୧ସି ୫୯୪୫) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଫଳରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୫୦ଫୁଟ ତଳକୁ ଖସି ଯାଇଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ସ୍ଥଳରୁ ଟ୍ରକ୍ ଚାଳକ ଫେରାର ହୋଇଥିବା କୁହାଯାଇଛି।



Visitors Today : 1
Total Visitors : 130430
Total Views : 9891961
Visitors Online Now : 0