ମୁମ୍ୱାଇ: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶ୍କ ଘରୁ ମିଳିଲା ଡ୍ରଗ୍ସ । କରିସ୍ମାଙ୍କ ଘରୁ ଡ୍ରଗ୍ସ ଜବତ ହେବାପରେ ଆଜି ହାଜର ହେବାକୁ ସମନ କରିଛି ଏନସିବି ।

ଗତମାସରେ ଦୀପିକା ପାଦୁକୋନ ଓ କରିସ୍ମାଙ୍କ ଡ୍ରଗ୍ସ ଚାଟ ଭାଇରାଲ ହେବା ପରେ ଉଭୟଙ୍କୁ ଏନସିବି ପଚରାଉଚରା କରି ଛାଡ଼ି ଦେଇଥିଲା । ଏବେ ପୁଣି କରିସ୍ମାଙ୍କ ଘରୁ ଡ୍ରଗ୍ସ ମିଳିବା ଉଭୟଙ୍କ ପାଇଁ ଅଡ଼ୁଆ ବଢ଼ାଇଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ବଲିଉଡରେ ଡ୍ରଗ୍ସ କାରବାରର ଖୋଳତାଡ କରୁଛି ଏନସିବି।

କରିସ୍ମା ପ୍ରକାଶଙ୍କ ଘରୁ ଡ୍ରଗ୍ସ ଜବତ ହେବାପରେ ତାଙ୍କୁ ଆଜି (ବୁଧବାର) ହାଜର ହେବାକୁ ସମନ କରିଛି ଏନସିବି। ରେଡ୍ ବେଳେ କରିସ୍ମାଙ୍କ ଘରୁ ‘ହ୍ୟାଶ’ ଜବତ ହୋଇଛି। ମୁମ୍ୱାଇର ଭେର୍ସୋଭା ଅଞ୍ଚଳରେ ଥିବା ତାଙ୍କ ଘରେ ରେଡ୍ କରିବା ବେଳେ ଏନସିବି ଅଧିକାରୀମାନେ ୧.୮ ଗ୍ରାମର ‘ହ୍ୟାଶ’ ଜବତ କରିଥିଲେ। ସୂଚନାଯୋଗ୍ୟ, ଯେଉଁଥିରେ ଦୀପିକା କରିସ୍ମାଙ୍କୁ ‘ମାଲ୍, ହ୍ୟାଶ’ ଆଦି ଶବ୍ଦର ବ୍ୟବହାର କରିଥିଲେ।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0