ନୂଆଦିଲ୍ଲୀ: କୋଭିଡ଼୍-୧୯ ମହାମାରୀର ପ୍ରଭାବ ଭାରତୀୟ କ୍ରିକେଟ ଜଗତ ଉପରେ ପଡ଼ିଛି । ଅନ୍ତର୍ଜାତୀୟ ଶୃଙ୍ଖଳା ସହ ଘରୋଇ କ୍ରିକେଟର ସୂଚୀରେ ସମୟର ଆବଶ୍ୟକତା ଅନୁସାରେ ପରିବର୍ତ୍ତନ ହେବ । କୋଭିଡ୍-୧୯ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳା ବାତିଲ ହୋଇଥିଲା ବେଳେ ଆଇପିଏଲ-୧୩ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ ହୋଇଛି। କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ଖେଳାଳିଙ୍କୁ ନେଇ ଚଳିତ ମାସ ମଧ୍ୟଭାଗରୁ ଜାତୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବାର ଥିଲା। ଏବେ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆଇପିଏଲକୁ ବିସିସିଆଇ ଜୈବ ସୁରକ୍ଷିତ ପରିବେଶରେ ଏବଂ ବିନା ଦର୍ଶକରେ କରିବାକୁ ବ୍ୟଗ୍ର ଥିବାରୁ ଭାରତର ଅଷ୍ଟ୍ରେଲିଆ ଗସ୍ତ ହୁଏତ ଏହା ଦ୍ବାରା ପ୍ରଭାବିତ ହୋଇପାରେ। ପୂର୍ବରୁ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଦୁଇ ଦଳ ମଧ୍ୟରେ ଟ୍ବେଣ୍ଟି-୨୦ ଏବଂ ପରେ ଦିନିକିଆ ଶୃଙ୍ଖଳା ଖେଳାଯିବାର ଥିଲା। ଏବେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଏକ ପ୍ରକାର ବାତିଲ ହୋଇସାରିଥିବା ଜଣାପଡ଼ିଛି। ଭାରତ ପୂର୍ବରୁ ପାଞ୍ଚ ଟିକିଆ ଟେଷ୍ଟ୍ ଶୃଙ୍ଖଳା ଖେଳିବାର ଥିଲା ବେଳେ ଏବେ ଏହାକୁ ୩କୁ କମାଇ ଦିଆଯାଇଛି।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0