ଭୁବନେଶ୍ବର : ନଭେମ୍ବର ୧ରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ । ନଭେମ୍ବର ୧ରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଖରିଫ ଧାନ ସଂଗ୍ରହ ହେବ । ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଚଳିତବର୍ଷ ୧୪.୯୭ ଲକ୍ଷ ଚାଷୀ ପଞ୍ଜିକରଣ କରିଛନ୍ତି । ୨୦୨୦-୨୧ରେ ଖରିଫ ଏବଂ ରବିରେ ୭୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଲକ୍ଷ୍ୟକୁ ଯୋଗାଣ ମନ୍ତ୍ରୀ ଚାହିଁଲେ ପରିବର୍ତ୍ତନ କରିପାରିବେ । ପି-ପାସ୍ ବ୍ୟବସ୍ଥାରେ ଯାହା ତ୍ରୁଟି ପରିଲିଖିତ ହୋଇଥିଲା ସେସବୁ ସମାଧାନ କରାଯାଇଛି । ଯେଉଁଠି ଚାଷୀଙ୍କର କିଛି ଅସୁବିଧା ହେବ ତାକୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୪ ଘଣ୍ଟାରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଯୋଗାଣ ନିଗମ ଏମଡି ବିଶ୍ବଜିତ ଦାସ ସୂଚନା ଦେଇଛନ୍ତି ।
ଖରିଫ ଧାନ ସଂଗ୍ରହ ନେଇ ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା । ଏଥିରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0