ବିହାର: ଆଜି ଚାଲିଛି ବିହାର ବିଧାନସଭା ନିର୍ବାଚନ । ବିଧାନସଭାର ମୋଟ ୨୪୩ ଆସନରୁ ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନରେ ଭୋଟିଂ ହେଉଛି । କୋଭିଡ କଟକଣା ଭିତରେ ୧୬ଟି ଜିଲ୍ଲାରେ ହେଉଥିବା ଏହି ମତଦାନରେ ୧ ହଜାର ୬୬ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ପ୍ରାୟ ୨ କୋଟି ୧୪ ଲକ୍ଷ ଭୋଟର ସେମାନଙ୍କ ମତ ଅଧିକାର ସାବ୍ୟସ୍ତ କରିବେ । ୧ ହଜାର ୬୬ ପ୍ରତିଯୋଗୀଙ୍କ ମଧ୍ୟରୁ ୫୪ ଆସନରେ ଏନଡିଏ ପ୍ରାର୍ଥୀ ଏବଂ ମହାଗଠବନ୍ଧନ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ଚାଲିଛି । ସେପଟେ କୋଭିଡ କଟକଣା ପାଇଁ ଭିନ୍ନ ଭିନ୍ନ ସମୟରେ ମତଦାନ କେନ୍ଦ୍ରକୁ ଆସିବେ ଭୋଟର । ସେହିପରି ୮୦ ବର୍ଷରୁ ଉଦ୍ଧ୍ୱର୍ ମତଦାତା ଘରେ ପୋଷ୍ଟାଲ ବାଲଟରେ କରିବେ ମତଦାନ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0