spot_img

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଆଜି ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି । ଏକ ଦୁର୍ନୀତି ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ରାୱତଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ଉତ୍ତରାଖଣ୍ଡ ହାଇକୋର୍ଟ ଆଦେଶ ଦେଇଥିଲେ । ଗୁରୁବାର ସୁପ୍ରିମକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ଏପରି ନିଦେ୍ର୍ଦଶ ପାଇଁ ଆବେଦନକାରୀଙ୍କ ପକ୍ଷରୁ କୌଣସି ପ୍ରାର୍ଥନା କରାଯାଇ ନଥିବା ବେଳେ ହାଇକୋର୍ଟଙ୍କ ଏପରି ଆଦେଶ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତ ମଙ୍ଗଳବାର ଉତ୍ତରାଖଣ୍ଡ ହାଇକୋର୍ଟ ଧାରା ୨୨୬ ଅନୁଯାୟୀ ନିଜର ସ୍ୱତନ୍ତ୍ର କ୍ଷମତାକୁ ବ୍ୟବହାର କରି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ନିଦେ୍ର୍ଦଶ ଦେଇଥିଲେ ।
ଏକ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ ସମାଚାର ପ୍ଲସ୍ର ମାଲିକ ଉମେଶ କୁମାର ଶର୍ମା ଗତ ୨୦୧୬ରେ ହୋଇଥିବା ୨୫ ଲକ୍ଷ ଟଙ୍କାର ଏକ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଛନ୍ଦି ଉତ୍ତରାଖଣ୍ଡ ହାଇକୋର୍ଟରେ ଏକ ମାମଲା ଆଗତ କରିଥିଲେ। ଏହି ମାମଲାର ଶୁଣାଣି କରି ମୁଖ୍ୟମନ୍ତ୍ରୀ ରାଓ୍ଵତଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ସିବିଆଇ ଯାଞ୍ଚ ପାଇଁ ଉତ୍ତରାଖଣ୍ଡର ହାଇକୋର୍ଟ ଆଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular