ଭୁବନେଶ୍ୱର : ମହାମାରୀ କରୋନା ପାଇଁ ଦୀର୍ଘ ୭ ମାସ ଧରି ବନ୍ଦ ରହିଥିଲା ପ୍ରାଣୀ ଉଦ୍ୟାନ ନନ୍ଦନକାନନ। ଗତ ୪ ତାରିଖରେ ଖୋଲିଲା ନନ୍ଦନକାନନ। ପର୍ଯ୍ୟଟକମାନେ କାଉଣ୍ଟର ଓ ଅନ୍ଲାଇନରେ ଟିକଟ କିଣି ପ୍ରାଣୀ ଉଦ୍ୟମର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। କିନ୍ତୁ ମହାମାରୀ କରୋନା ପାଇଁ ଦୂରଦୂରାନ୍ତରୁ ନନ୍ଦନକାନନ ଆସି ପାରୁନଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଯଦି କେହି ନନ୍ଦନକାନନ ଆସି ପାରୁନଥିବେ, ତାହେଲେ ସେମାନେ ଘରେ ବସି ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କୁ ଦେଖିପାରିବେ। ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କ ଭିଡିଓ ୱେବସାଇଟରେ ଅପଲୋଡ କରାଯାଇଛି। nandankanan.org ୱେବସାଇଟକୁ ଯାଇ ଯେ କେହି ଘରେ ବସି ନନ୍ଦନକାନନର ପରିବେଶ ଉପଭୋଗ କରିପାରିବେ। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0