spot_img

ବିପୁଳ ପରିମାଣର ମଦ ଜବତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିଛି ଅବକାରୀ ବିଭାଗ ଓ ପୁଲିସ ।ଘଟଣାରେ ୧୪ଜଣଙ୍କୁ ଗିରଫ କରିଯାଇଛି ।

ଖବର ଅନୁଯାୟୀ, ଜିଲ୍ଲାର ବିଭିନ୍ନ ସ୍ଥାନରେ ମଦ କାରବାର ଚାଲୁଥିବା ନେଇ ପୋଲିସ ପାଖକୁ ଅଭିଯୋଗ ଆସିଥିଲା । ଯାହାପରେ ଆକ୍ସନ ମୋଡରେ ଆସିଯାଇଥିଲା ପୋଲିସ ଓ ଅବକାରୀ ବିଭାଗ । ଧରାକୋଟ୍, ଖଲ୍ଲିକୋଟ୍, ରମ୍ଭା ଆଦି ବିଭିନ୍ନ ଅଞ୍ଚଳରେ ଚଢାଉ ବ୍ୟାପକ ପରିମାଣର ମଦ ଜବତ କରାଯିବା ସହ ୧୪ଜଣଙ୍କ ଗିରଫ କରାଯାଇଛି । ଏନେଇ ଛତ୍ରପୁର ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ୍ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular