ବାରିପଦା : ପାରିବାରିକ ଗଣ୍ଡଗୋଳରୁ ଉପୁଜିଲା କରୁଣ ପରିସ୍ଥିତି। ଗୋଟିଏ ପରିବାରର ତିନିଜଣ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ବୈଦପୁର ଗାଁ ରେ। ଗୈର ସଂଙ୍କ ଘରେ ତାଙ୍କ ସ୍ତ୍ରୀ ରୋଷେଇ ବାହାନା କରି ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।
ଏହା ଦେଖି ସ୍ୱାମୀ ତାଙ୍କୁ ଉଦ୍ଧାର କରିବା ପାଇଁ ଧାଇଁ ଯାଇଥିଲେ। ସେତେବେଳକୁ ମହିଳା ଜଣକ ପୋଡ଼ି ହୋଇ ଯାଉଥିଲେ, ମହିଳାଙ୍କ ମା’ ମଧ୍ୟ ତାଙ୍କୁ ଉଦ୍ଧାର କରିବା ପାଇଁ ଦୌଡ଼ି ଆସିଥିଲେ। ଫଳରେ ମହିଳାଙ୍କୁ ଉଦ୍ଧାର କରିବା ବେଳେ ତାଙ୍କ ସ୍ଵାମୀ ଏବଂ ମା ମଧ ପୋଡ଼ି ହୋଇ ଯାଇଥିଲେ। ଏହା ଦେଖି ପଡ଼ୋଶୀ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ।
ଆମ୍ବୁଲାନ୍ସ ପହଞ୍ଚି ସେମାନଙ୍କୁ ମେଡିକାଲ୍ ନେଇଥିଲା। ପ୍ରଥମେ ସେମାନଙ୍କୁ ବେତନଟୀ ଏବଂ ପରେ ବାରିପଦା ମେଡିକାଲ କଲେଜକୁ ପଠାଯାଇଥିଲା। ବର୍ତ୍ତମାନ ପରିବାର ତିନି ଜଣ ଯାକ ଗୁରୁତର ଥିବା ବେଳେ ମହିଳାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଗୈର ସଂହଙ୍କ ସ୍ଵାମୀ କହିଛନ୍ତି, ପାରିବାରିକ ଅସନ୍ତୋଷ ଯୋଗୁଁ ତାଙ୍କ ସ୍ତ୍ରୀ ଦେହରେ ନିଆଁ ଲଗାଇ ଦେଇଥିଲେ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0