spot_img

ତାମିଲନାଡୁରେ ଖୋଲିବ ସ୍କୁଲ , କଲେଜ

ତାମିଲନାଡୁ: ତାମିଲନାଡୁରେ ଚଳିତମାସ ୧୬ ତାରିଖରୁ ଖୋଲିବ ସ୍କୁଲ, କଲେଜ । ଏ ନେଇ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ତେବେ ଏଥିପାଇଁ ଏସଓପି ଜାରି କରିଛନ୍ତି ସରକାର । ନିର୍ଦ୍ଦିଷ୍ଟ ଗାଇଡଲାଇନ ମାନି ସ୍କୁଲ ଓ କଲେଜ ଖୋଲାଯିବାକୁ ଅନୁମତି ଦିଆଯାଇଛି । ସେହିଭଳି ଚଳିତମାସ ୧୦ ତାରିଖରୁ ଥିଏଟର ଓ ସିନେମାହଲ ଖୋଲିବାକୁ ବି ଅନୁମତି ମିଳିଛି। ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବାଳୀ ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular