ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଗୋଟିଏ ଏୟାରଲାଇନ୍ସର ସିଇଓ ଭାବେ ଜଣେ ମହିଳା ନିଯୁକ୍ତି ପାଇଛନ୍ତି । ଆଲଏନ୍ସ ଏୟାରର ସିଇଓ ଭାବେ ହରପ୍ରୀତ ଏ ଦେ ସିଂହ ନିଯୁକ୍ତ ହୋଇଛନ୍ତି । ଆଲଏନ୍ସ ଏୟାର ହେଉଛି ଏୟାର ଇଣ୍ଡିଆର ସହଯୋଗ କମ୍ପାନୀ । ଏୟାର ଇଣ୍ଡିଆର ସିଏମଡି ରାଜୀବ ବନସଲ ଏ ନେଇ ଶୁକ୍ରବାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଶ୍ରୀମତୀ ସିଂହ ବର୍ତ୍ତମାନ ଏୟାର ଇଣ୍ଡିଆ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶିକା ଭାବେ କାର୍ୟ୍ୟ କରୁଛନ୍ତି। ତାଙ୍କ ସ୍ଥାନରେ ଏୟାର ଇଣ୍ଡିଆର ନୂଆ ଇଡି ଭାବେ ନିବେଦିତା ଭାସିନ କାର୍ୟ୍ୟ କରିବେ। ହରପ୍ରୀତଙ୍କୁ ଏୟାର ଇଣ୍ଡିଆ ପ୍ରଥମ ମହିଳା ପାଇଲଟଭାବେ ୧୯୮୮ ମସିହାରେ ନିଯୁକ୍ତି ଦେଇଥିଲା। ଯଦିଓ ସ୍ବାସ୍ଥ୍ୟଗତ କାରଣରୁ ସେ କେବେ ବିମାନ ଉଡ଼ାଣ କରିନାହାନ୍ତି ତଥାପି ବିମାନ ସୁରକ୍ଷା କ୍ଷେତ୍ରରେ ସେ ଯଥେଷ୍ଟ ସକ୍ରିୟତାର ସହ କାର୍ୟ୍ୟ କରିଛନ୍ତି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0