କନ୍ଧମାଳ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନାର ଆଇଆଇସିଙ୍କୁ ସଙ୍ଘବଧ ଆକ୍ରମଣ କଲେ ଗ୍ରାମବାସୀ। । ଅଳ୍ପକେ ବର୍ତ୍ତିଲେ ଆଇଆଇସି ଓ ଅନ୍ୟ ପୁଲିସ କର୍ମଚାରୀ। ଆକ୍ରମଣର ଶିକାର ହୋଇଛନ୍ତି ବ୍ରାହ୍ମଣୀଗାଁ ଥାନାର ଆଇଆଇସି ରଂଜିତ କୁମାର ମୁନି।
ଲୋକଙ୍କ ଆକ୍ରମଣରେ ତାଙ୍କର ମୁହଁରେ ଆଘାତ ଲାଗିଛି। ତାଙ୍କ ବ୍ୟତୀତ ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଗତକାଲି ରାତିରେ ଥାନା ଅଧିକାରୀ ରଂଜିତ କୁମାର ମୁନି ମେରାମାହା ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବା ନେଇ ଖବର ପାଇ ପାଟ୍ରୋଲିଂ ରେ ଯାଇଥିଲେ। ଏହି ସମୟରେ ମେରାମାହା ଗ୍ରାମବାସୀ ଛକରେ କାଠଗଣ୍ଡି ଓ ପଥର ରଖି ରାସ୍ତା ଅବୋରୋଧ କରିବା ସହ ଥାନା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ।
ଏହା ସହ ଆକ୍ରମଣକାରୀ ପୁଲିସ ଗାଡିକୁ ଭାଙ୍ଗିଦେବା ସହ ଗାଡି ଛାଡି ଥାନା ଅଧିକାରୀ ଓ ଅନ୍ୟ ପୁଲିସ କର୍ମଚାରୀ ଅନ୍ୟ ଏକ ଅଟୋ ସାହାଯ୍ୟରେ ଥାନାରେ ପହଁଚି ଥିଲେ। ଖବର ପାଇ ବାଲିଗୁଡା SDPO ମାନସ ରଞ୍ଜନ ବାରିକ ଘଟଣା ସ୍ଥଳରେ ପହଞ୍ଚି ଗାଁର ୬ ଜଣ ଲୋକଙ୍କୁ ଗିରଫ କରିଛନ୍ତି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0