spot_img

ଉତ୍ତରପ୍ରଦେଶ ପରେ ହରିୟାଣାରେ ଲାଗୁହେବ ଲଭ ଜିହାଦ ନିୟମ

ଚଣ୍ଡିଗଡ: ଉତ୍ତପ୍ରଦେଶର ଯୋଗୀ ସରକାରଙ୍କ ଲଭ ଜିହାଦ ବିରୋଧରେ ଆଇନ ଆଣିବା ପରେ ଏବେ ହରିୟାଣା ସରକାର ମଧ୍ୟ ନିଜ ରାଜ୍ୟ ପାଇଁ ଏପରି ଏକ ଆଇନ ଆଣିବା ପାଇଁ ଚିନ୍ତା କରୁଛନ୍ତି । ସୂଚନା ଅନୁସାରେ, ଫରିଦାବାଦର ବଲ୍ଲଭଗଡରେ ନିକିତା ତୋମର ହତ୍ୟା ପରେ ରାଜ୍ୟରେ ‘ଲଭ ଜିହାଦ’ ମାମଲା ବଢିବାରେ ଲାଗିଛି । ଏନେଇ ହରିୟାନାର କ୍ୟାବିନେଟ ମନ୍ତ୍ରୀ ଅନିଲ ବିଜ ଟ୍ୱିଟ କରି କହିଛନ୍ତି, ଲଭ ଜିହାଦ ବିରୋଧରେ ଏକ ଆଇନ ନେଇ ବିଚାର ବମର୍ଶ ଜାରି ରହିଛି । ଅନ୍ୟପଟେ ଫରିଦାବାଦ ହତ୍ୟା ମାମଲାର ଶୁଣାଣି ଫାଷ୍ଟ ଟ୍ରାକରେ କରିବାକୁ ହରିୟାଣା ସରକାର ପୂର୍ବରୁ ନିଷ୍ପତି ନେଇଛନ୍ତି । ଏହା ସହ ଅଭିଯୁକ୍ତଙ୍କୁ ଶୀଘ୍ର ଦଣ୍ଡ ଦିଆଯିବ ବୋଲି ବିଜ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular