ଜଗତସିଂହପୁର: ଆସନ୍ତା ୩ ତାରିଖରେ ହେବ ତିର୍ତ୍ତୋଲ ଉପନିର୍ବାଚନ । ଏଥିପାଇଁ ୩୭୩ଟି ପୋଲିଂ ବୁଥ ରହିଥିବା ବେଳେ ସେଥିରୁ ୧୫୫ ଟି ସମ୍ବେଦନଶୀଳ ପୋଲିଂ ବୁଥ୍ କରାଯାଇଛି । ଉପନିର୍ବାଚ ପ୍ରସ୍ତୁତିକୁ ନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସରୋଜ ମିଶ୍ର । ସେହିପରି ୬୨ଟି ବୁଥରେ ସିଏସଏଫ୍ ମୁତୟନ କରାଯିବ। ୪୦ଟି ବୁଥରେ ମାଇକ୍ରୋ ଅବଜରଭର୍ ଏବଂ ୩୭ଟି ବୁଥରେ ୱେବ୍ କାଷ୍ଟିଂ ହେବ। ତେବେ ବାକି ପୋଲିଂ ବୁଥରେ ସିସିଟିଭି ବ୍ୟବହାର ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଏହାବ୍ୟତୀତ ଭୋଟିଂ ପୂର୍ବରୁ ପ୍ରତ୍ୟେକ ବୁଥ୍ ସାନିଟାଇଜ ହେବ। ପୋଲିଂ ବୁଥ୍ ବାହାରେ ମାସ୍କ ଓ ସାନିଟାଇଜରର ବନ୍ଦୋବସ୍ଥ କରାଯିବା ସହ ସମସ୍ତଙ୍କର ଥର୍ମାଲ୍ ସ୍କ୍ରିନିଂର ହେବ। ତେବେ ଭୋଟ୍ ଦେବାକୁ ଯାଉଥିବା ମତଦାତାମାନେ ହାତରେ ଗ୍ଲୋଭ୍ସ ପିନ୍ଧି ନିଜର ମତାଧିକାର ସାବ୍ୟସ୍ତ କରିବେ।
ରବିବାର ଏସଭିଏମ୍ କଲେଜ ପରିସରରୁ ସମସ୍ତ ପୋଲିଂ ପାର୍ଟିକୁ ନିଜ ନିଜ ବୁଥ୍କୁ ଯିବାର ବ୍ୟବସ୍ଥା କରାଯାଉଛି। ଗୋଟିଏ ବସ୍ରେ ୨ଟି ପୋଲିଂ ପାର୍ଟି ଯାଉଥିବା ବେଳେ ସମସ୍ତ ୩୭୩ ବୁଥ୍ରେ କୋଭିଡ ଗାଇଡ ଲାଇନ ଅନୁସାରେ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0